କରୋନା ପାଇଁ ସାମାଜିକ ଦୂରତା: ଦୀକ୍ଷାନ୍ତ ସମାରୋହରେ ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କଲା ରୋବୋ

ଟୋକିଓ,୫ ।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି । ଏଥିରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜାପାନର ବିଜନେସ୍ ବ୍ରେକଥ୍ରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଦୀକ୍ଷାନ୍ତ ସମାରୋହ ପାଳନ କରାଯାଇଛି । ସ୍ଥାନୀୟ ହୋଟେଲ ଗ୍ରାଣ୍ଡ୍ ପ୍ୟାଲେସଠାରେ ଆୟୋଜିତ ହୋଇଥିବା ଏହି ସମାରୋହରେ ଛାତ୍ରୀଛାତ୍ରଙ୍କ ବଦଳରେ ରୋବୋ ଡିଗ୍ରୀ ପ୍ରମାଣପତ୍ର ମୁଖ୍ୟ ଅତିଥିଙ୍କଠାରୁ ଗ୍ରହଣ କରିଛି । ରୋବୋଠାରେ ଲଗାଯାଇଥିବା ଆଇପଡ ମାଧ୍ୟମରେ ଛାତ୍ରୀଛାତ୍ରୀ ସମାରୋହଭ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିଛନ୍ତି । ଏହି ଅବସରରେ ୪ଜଣଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଟୋକିଓରେ ଲକଡାଉନ୍ ଜାରି ନ ହୋଇଥିଲେ ମଧ୍ୟ ଲୋକେ ସଚେତନତ ହୋଇ ସାମାଜିକ ଦୂରତାା ବଜାୟୀ ରଖୁଛନ୍ତି ।

Share