କରୋନା ପାଇଁ ହାଇକୋର୍ଟଙ୍କ କଟକଣା: ୩୧ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ହେବ ନାହିଁ, କୋର୍ଟରେ ନିୟୋଜିତ ରହିବେ ଡାକ୍ତର

କଟକ ଅଫିସ, ୨୩।୩: କରୋନା ମୁକାବିଲା ନେଇ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣି ସ୍ଥଗିତ ରହିବ। ଆସନ୍ତ ୩୧ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକାଭୁକ୍ତ ହେବ ନାହିଁ। ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାରବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଦିଆଯିବ। ହ୍ବାଟ୍ସଆପ୍‌ ଓ ଭିଡିଓ କଲ ଜରିଆରେ ଏହି ମାମଲା ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ। ଆବଶ୍ୟକ ଅନୁସାରେ ରୋଟିନ ଭିତ୍ତିରେ ଷ୍ଟାଫ୍‌ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦେଶନାମା ଲାଗୁ ହେବ ବୋଲି ରେଜିଷ୍ଟ୍ରାରଙ୍କ ପକ୍ଷରୁ କୁହାଯାଇଛି। ଜଣେ ଡାକ୍ତର ସର୍ବଦା କୋର୍ଟରେ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share