Advertisement

କରୋନା ପାଇଁ ୭୩ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ସ୍ଥଗିତ

ମୁମ୍ବାଇ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି କରିଦେଇଛି। କରୋନା ଯୋଗୁ ସାଧାରଣ ଜୀବନଠାରୁ ଆରମ୍ଭ କରି ଖେଳ, ଫିଲ୍ମ ଇଣ୍ଡଷ୍ଟ୍ରି ଓ ବ୍ୟବସାୟରେ ବହୁ ପ୍ରଭାବ ପକାଇଛି। କରୋନା ଯୋଗୁ ସବୁ ଖେଳ ଓ ଶୁଟିଂକୁ ବନ୍ଦ କରାଯାଇଛି। ଇତିମଧ୍ୟରେ ପ୍ରାନ୍ସରେ ଆୟୋଜିତ ହେବାକୁ ଥିବା କାନ୍ସ ଫେଷ୍ଟିଭାଲ-୨୦୨୦କୁ ସ୍ଥଗିତ ରଖାଯାଇଛି। ବିଶ୍ୱର ସବୁଠାରୁ ବଡ଼ ଫିଲ୍ମ ଫେଷ୍ଟିଭାଲ ମଧ୍ୟରେ କାନ୍ସ ଫେଷ୍ଟିଭାଲ ଅନ୍ୟତମ। ଚଳିତ ଥର ମେ ୧୨ରୁ ୨୩ ମଧ୍ୟରେ ୭୩ତମ କାନ୍ସ ଫେଷ୍ଟିଭାଲକୁ ଆୟୋଜିତ କରାଯିବାକୁ ସ୍ଥିର କରାଯାଇଥିଲା। ହେଲେ ଦେଶରେ ଲଗାତର କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ଫେଷ୍ଟିଭାଲକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଫେଷ୍ଟିଭାଲକୁ ଜୁନ ଶେଷରେ ନଚେତ୍‌ ଜୁଲାଇ ଆରମ୍ଭରେ ଆୟୋଜିତ କାଯିବାକୁ ବିଚାର କରାଯାଇଛି ବୋଲି ଆୟୋଜକ ସୂୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share