କରୋନା ପାଇବ ପାନେ: ଅଷ୍ଟ୍ରେଲିଆରେ ପ୍ରତିଷେଧକ ଟୀକା ପରୀକ୍ଷଣ ଆରମ୍ଭ !

ନୂଆଦିଲ୍ଲୀ/ମେଲବୋର୍ନ,୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ତେବେ କରୋନାର ମୁକାବିଲା ପାଇଁ ପୃଥିବୀର ସମସ୍ତ ରାଷ୍ଟ୍ର ଏକଜୁଟ ହୋଇଛନ୍ତି। ଅଷ୍ଟ୍ରେଲିଆରେ ଇତିମଧ୍ୟରେ କରୋନା ପ୍ରତିଷେଧକ ଟୀକା ପାଇଁ ପରୀକ୍ଷଣ ଜାରି ରହିଛି। ଏସମ୍ପର୍କରେ କମନଓ୍ବେଲଥ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ(ସିଏସ୍‌ଆଇଆର୍‌ଓ)ର ବୈଜ୍ଞାନିକ ସୂଚନା ଦେଇଛନ୍ତି। ପ୍ରତିଷେଧକ ଟୀକା ପ୍ରସ୍ତୁତ ହେବା ପରେ ଆଉ କରୋନାର ଭୟ ରହିବ ନାହିଁ ବୋଲି ସିଏସ୍‌ଆଇଆର୍‌ଓ କହିଛି। ଏଭଳି ମହାମାରୀଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ପ୍ରତିଷେଧକ ଟୀକା। ଏହାର ପ୍ରସ୍ତୁତି ନେଇ ଗବେଷଣା ଜାରି ରହିଛି। ଖୁବ୍‌ ଶୀଘ୍ର ବୈଜ୍ଞାନିକଙ୍କୁ ଏଥିରେ ସଫଳତା ମିଳିବ। ସମଗ୍ର ମାନବ ସମାଜ ଏହାଦ୍ୱାରା ଉପକୃତ ହେବ ବୋଲି ସିଏସ୍‌ଆଇଆର୍‌ଓ ପକ୍ଷରୁ କୁହାଯାଇଛି।

Share