କରୋନା ପ୍ରକୋପ: ଆମାଜନରେ ଅଧା କିଲୋ ଭେଣ୍ଡିର ଦାମ୍‌ ୪୦୦ଟଙ୍କା

ନୂଆଦିଲ୍ଲୀ,୨୩।୩: କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ନିଜ ଘରେ ଏକପ୍ରକାର ବନ୍ଦୀ ହୋଇରହିଛନ୍ତି। ଏଭଳି ସ୍ଥିତିରେ ଘରେ ରହୁଥିବା ଲୋକ ଶପିଂ ପାଇଁ ଇ-କମର୍ସକୁ ବାଛିଛନ୍ତି। ପ୍ରତିଦିନ ଆବଶ୍ୟକ ହେଉଥିବା ସାମଗ୍ରୀକୁ ଲୋକମାନେ ଫ୍ଲିପ୍‌କାର୍ଟ ଓ ଆମାଜନରେ କିଣୁଥିବା ଜଣାପଡ଼ିଛି। କରୋନା ସଂକ୍ରମଣରୁ ନିଜକୁ ଦୂରେଇବା ପାଇଁ ଲୋକମାନେ ରୋଷେଇ ଘରର ସାମଗ୍ରୀ, ଗ୍ରୋସରୀ, ଫଳମୂଳ ଓ ପରିବାକୁ ଅନ୍‌ଲାଇନ୍‌ରେ କିଣୁଛନ୍ତି। ଏଭଳି ସ୍ଥିତିରେ ଉକ୍ତ ସାମଗ୍ରୀର ଡିମାଣ୍ଡ ବଢ଼ିଯାଇଛି। ଆମାଜନରେ ପରିବାର ଦର ଭାରିମାତ୍ରାରେ ବୃଦ୍ଧି ପାଇଛି।

ଆମାଜନରେ ୫୦୦ଗ୍ରାମ ସତେଜ ଭେଣ୍ଡିର ଦାମ୍‌ ୪୫୦ଟଙ୍କା ରହିଥିବା ବେଳେ ୫୦୦ଗ୍ରାମ ସତେଜ ଶିମଲା ମିର୍ଚ୍ଚ୍‌ ୪୪୫ ଟଙ୍କାରେ ଉପଲବ୍ଧ ହେଉଛି।

ସେହିପରି ୧କିଲୋ ସତେଜ କମଳା ୪୬୦ ଟଙ୍କା ଥିବା ବେଳେ ୬ଟା ଡାଳିମ୍ବର ଦାମ୍‌ ୩୫୦ଟଙ୍କା ରହିଛି। କେବଳ ସେତିକି ନୁହେଁ ଗୋଟିଏ ତରଭୂଜର ଦାମ୍‌ ୪୫୦ଟଙ୍କା ଥିବା ବେଳେ ସୁଇଟ୍‌ କର୍ନ ୨୯୦ଟଙ୍କା ରହିଥିବା ଜଣାପଡ଼ିଛି।

 

 

 

 

 

Share