Advertisement

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ଉଦ୍ୟମ ଜାରି ରଖିଛନ୍ତି ୮୦ ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ କରୋନା ମହାମାରୀ ସଂକ୍ରମଣକୁ ୧୩୧ ଦିନ ବିତିଛି। ତେବେ ବି ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ୮୦ଟି ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ୧୨୦ଟି ସମ୍ଭାବ୍ୟ ପ୍ରତିଷେଧକ ଟୀକା ପ୍ରସ୍ତୁତି ଉପରେ ପରୀକ୍ଷଣ ଅବ୍ୟାହତ ରହିଛି। ଭାରତ, ଜର୍ମାନୀ ଏବଂ ଆମେରିକାର ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ଏନେଇ ମିଳିତ ଭାବେ ଗବେଷଣା କରାଯାଉଛିି। ବର୍ତ୍ତମୋନ ସୁଦ୍ଧା ୬ଟି ଦେଶ ପ୍ରତିଷେଧକ ଟୀକା ପ୍ରସ୍ତୁତି କରିଥିବା ନେଇ ଦାବି ମଧ୍ୟ କରିଛନ୍ତି। ପ୍ରଥମେ ମାର୍ଚ୍ଚ ୪ରେ ଚାଇନା ଏଭଳି ଦାବି କରିଥିଲା। ଏହାପରେ ମାର୍ଚ୍ଚ ୨୪ରେ ଆମେରିକା, ୨୧ ଏପ୍ରିଲ୍‌ରେ ବ୍ରିଟେନ୍‌, ମେ ୫ରେ ଇସ୍ରାଏଲ୍‌, ମେ ୬ରେ ଇଟାଲି ଏବଂ ନେଦରଲାଣ୍ଡ ମେ ୭ରେ ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ସଫଳତା ପାଇଥିବା ଦାବି କରିଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଏପର୍ଯ୍ୟନ୍ତ କରୋନାକୁ ପରାସ୍ତ କରିବାରେ କୌଣସି ଦେଶ ସକ୍ଷମ ହୋଇ ପାରି ନ ଥିବା କୁହାଯାଉଛି। ତେଣୁ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share