Categories: ଜାତୀୟ

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କଲା ପୁଣେର କମ୍ପାନୀ

ପୁଣେ,୧୯।୨: କରୋନା ସଂକ୍ରମଣ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ପୁଣେର ଏକ କମ୍ପାନୀ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। ସ୍ଥାନୀୟ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଆମେରିକାନ୍‌ ବାୟୋଟେକ୍ନୋଲୋଜି ଫାର୍ମ କୋଡ଼ାଜେନିକ୍ସ୍‌ ସହାୟତାରେ ଏହି ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। କରୋନା ସଂକ୍ରମଣ ରୋକିବାରେ ଏହା ସଫଳ ହେବ ବୋଲି କୁହାଯାଉଛି। ଏବେ ଏହି ପ୍ରତିଷେଧକ ଟୀକା ଉପରେ ପରୀକ୍ଷା ନିରୀକ୍ଷା କରାଯିବ। ସଫଳତା ମିଳିଲେ ଏହାକୁ ମଞ୍ଜୁରୀ ପାଇଁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଯିବ। ଏହାପରେ ପ୍ରତିଷେଧକ ଟୀକାକୁ ମାନବଙ୍କ ଶରୀରରେ ପ୍ରୟୋଗ କରାଯିବ। ୨୦୨୨ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ ବୋଲି ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି।

Share