କରୋନା ପ୍ରତିଷେଧକ ଟୀକା: ୪୦୦ ଗବେଷକ ଦିନରାତି କରୁଛନ୍ତି ଗବେଷଣା, ୮୦୦ କୋଟି ଡଲାର ଅନୁଦାନ ଦେଇଛନ୍ତି ୪୦ ଦେଶ

ଜେନେଭା,୧୩।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣ ରୋକିବା ଏବଂ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ୪୦୦ ଗବେଷକ ଦିନରାତି ଗବେଷଣା କରୁଛନ୍ତି। ଏଥିରେ ୧୦୦ଟି ସଂସ୍ଥା କାମ କରୁଛି। ଗବେଷଣା ଜାରି ରଖିବା ପାଇଁ ପୃଥିବୀର ୪୦ଟି ଦେଶ ପକ୍ଷରୁ ୮୦୦ କୋଟି ଡଲାର ଅନୁଦାନ ଯୋଗାଇ ଦିଆଯାଇଛି ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟିସସ୍‌ ସୂଚନା ଦେଇଛନ୍ତି। ଜାତିସଂଘର ଆର୍ଥିକ ଏବଂ ସାମାଜିକ ପରିଷଦର ଏକ ଭିଡ଼ିଓ କନଫରେନ୍ସିଂ ବୈଠକରେ ଯୋଗଦେଇ ସେ ଏପରି କହିଛନ୍ତି। କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ୧୨ରୁ ୧୮ ମାସ ଲାଗିବ ବୋଲି ସେ କହିଛନ୍ତି। ବିଭିନ୍ନ ଦେଶ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅନୁଦାନ ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ଟେଡ୍ରୋସ୍‌ ବୈଠକରେ ପ୍ରକାଶ କରିଛନ୍ତି।

Share