କରୋନା ପ୍ରତିହତ ପାଇଁ ସଚେତନ କଲେ ବିଧାୟକ, ପ୍ରଶାସନିକ ଅଧିକାରୀ

ବାଲିଗୁଡ଼ା,୧୮ା୪(ଡି.ଏନ୍‌.ଏ.): ମହାମାରୀ କରୋନା ଭୂତାଣୁ ରୋକିବା ନିମନ୍ତେ ସବୁସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସମେତ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତ, ସରପଞ୍ଚ କୁମୁଦ ମଲିକ ପ୍ରମୁଖ ଯୋଗଦେଇ ଲୋକଙ୍କୁ କରୋନା ପାଇଁ ଶପଥ ପାଠ କରାଇଥିଲେ। ସଚେତନ କରାଇବା ସହ ଜରୁରୀ କାମ ଥିଲେ ଘରୁ ବାହାରନ୍ତୁ ନ ହେଲେ ଘରେ ରୁହନ୍ତୁ, ଯଦି ବାହାରନ୍ତି ମାସ୍କ ପିନ୍ଧି ବାହାରନ୍ତୁ, ୨୦ସେକେଣ୍ଡ ପର୍ଯ୍ୟନ୍ତ ହାତଧୁଅନ୍ତୁ ଭଳି ବିଭିନ୍ନ ବାର୍ତ୍ତା ଦେବା ସହ ମାସ୍କ ବଣ୍ଟନ କରିଥିଲେ।

Share