କରୋନା ପ୍ରତିହତ ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି

ଛତ୍ରପୁର,୭ା୪(ଡିଏନଏ )-ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଙ୍ଗଳବାର ଛତ୍ରପୁର ଆସି ପୋଲିସ ବାରାକ, ରିଜର୍ଭ ଅଫିସ ପରିଦର୍ଶନ କରିଛନ୍ତି। କରୋନା ପ୍ରତିହତ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ଅନୁଧ୍ୟାନ କରିଥିଲେ। ପରିମଳ ବ୍ୟବସ୍ଥା ସୁଦୃଢ କରିବା, ହାତ ଧୋଇବା, ସାନିଟାଇଜର ରଖିବା, ପୋଲିସ କର୍ମଚାରୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ନେଇ ସଚେତନ କରିବାକୁ ଡିଆଇଜି ନିର୍ଦ୍ଦେଶ ଦେଇଛନ୍ତି। ଡିଆଇଜିଙ୍କ ଗସ୍ତ ବେଳେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ ଓ ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share