କରୋନା ପ୍ରତିହତ ଲାଗି ସଫେଇ କାର୍ଯ୍ୟ ଜାରି

ବସ୍ତା,୨୫।୩(ଡି.ଏନ୍‌.ଏ.): ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ୨୧ଦିନ ଲାଗି କଟକଣା ଜାରି କରାଯାଇଛି। ଫଳରେ ଲୋକେ ଘରୁ ବାହାରୁ ନାହାନ୍ତି। ଏହି ଭାଇରସ୍‌କୁ କିପରି ପ୍ରତିରୋଧ କରାଯାଇପାରିବ ସେନେଇ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ପଞ୍ଚାୟତର ନାଏବ ସରପଞ୍ଚ ଗୌରାଙ୍ଗ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଅଞ୍ଚଳରେ ସଫେଇ କାର୍ଯ୍ୟ ଜାରିରହିଛି। ଏଗାରଶହ କ୍ଲବର ସଦସ୍ୟମାନେ ହାତରେ ଗ୍ଲୋବ୍ସ ଏବଂ ମାସ୍କ ପିନ୍ଧି ଲୋକଙ୍କୁ ସଚେତନ କରାଇବା ସହ ଗାଁ ସନ୍ନିକଟ ଡ୍ରେନ୍‌ ଏବଂ ଅଳିଆ ଆବର୍ଜନା ସଫା କରୁଥିବା ଦେଖିବାକୁ ମିଳିଛି।