କରୋନା ପ୍ରଭାବ: କ୍ୟାବିନେଟ୍‌ ବୈଠକରେ ବି ସାମାଜିକ ଦୂରତା

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ୨୧ ଦିନର ଲକ୍‌ ଡାଉନ୍‌ ଘୋଷଣା ହୋଇଛି। ସାମାଜିକ ଦୂରତା ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏହାର ପ୍ରଭାବ ବୁଧବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ଦେଖିବାକୁ ମିଳିଛି। ବୈଠକରେ ମନ୍ତ୍ରୀମାନଙ୍କ ପାଇଁ ରହିଥିବା ପ୍ରତି ଚେୟାର ମଧ୍ୟରେ ଏକ ମିଟର ଦୂରତା ରହିଥିବା ଦେଖିବାକୁ ମିଳିିଛି। ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ବୈଠକରେ ଆଲୋଚନ କରାଯାଇଥିଲା।

Share