କରୋନା ପ୍ରଭାବ: ମାର୍ଚ୍ଚ ୧୫ରୁ ୩୧ ଯାଏ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାରିଆଡ଼େ କରୋନା ଆତଙ୍କ। ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିବା ପରେ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି। ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ବିଭିନ୍ନ ସ୍କୁଲ, କଲେଜ, ସପିଂମଲ, ଜିମ୍‌ ଆଦିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଶନିବାର ନନ୍ଦନକାନନ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ଏହାନୁଯାୟୀ ମାର୍ଚ୍ଚ ୧୫ରୁ ୩୧ ଯାଏ ସର୍ବସାଧାରଣଙ୍କ ପାଇଁ ନନ୍ଦନକାନନ ବନ୍ଦ ରହିବ। ଏଥିସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

Share