Categories: ଜାତୀୟ

କରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ଲକ୍ଷ ଲକ୍ଷ ରେସ୍ତୋରାଁ ବନ୍ଦ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନାର ପ୍ରଭାବକୁ ଦେଖି ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏନ୍‌ଆର୍‌ଏଆଇ)ଏକ ଆଡଭାଇଜରୀ ଜାରି କରିଛି। ଏହି ଆଡଭାଇଜରୀ ଅନୁଯାୟୀ, ଦେଶର ଲକ୍ଷ ଲକ୍ଷ ରେସ୍ତୋରାଁକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁମାନ କରାଯାଉଛି କି ଏହି ସମୟରେ ଦେଶରେ ପାଖାପାଖି ୫୦ ଲକ୍ଷ ରେସ୍ତୋରାଁ ସେମାନଙ୍କ ସେବା ଯୋଗାଇ ପାରିବେ ନାହିଁ। ଏହାର ପ୍ରଭାବ ଉଭୟ ଗ୍ରାହକ, ମାଲିକ ତଥା ରେସ୍ତୋରାଁ କର୍ମଚାରୀଙ୍କ ଉପରେ ପଡିବା ସ୍ପଷ୍ଟ ହେଉଥିଲେ ବି ଏନ୍‌ଆର୍‌ଏଆଇ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଥିବା ପ୍ରକାଶ।

Share