ଭୁବନେଶ୍ୱର, ୧୪।୩(ବ୍ୟୁରୋ): ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତତନ୍ତ ବିଭାଗ ଅନ୍ତର୍ଗତ ‘କଳାଭୂମି’-ହସ୍ତଶିଳ୍ପ ସଂଗ୍ରହାଳୟକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏ ନେଇ ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି। ଶିଳ୍ପୀଗ୍ରାମ, ପୋଖରୀପୁଟଠାରେ କଳାଭୂମି’-ହସ୍ତଶିଳ୍ପ ସଂଗ୍ରହାଳୟ ରହିଛି। ଏହି ବିଭାଗ ଅନ୍ତର୍ଗତ ସମସ୍ତ ତାଲିମ କେନ୍ଦ୍ରଗୁଡିକୁ ମଧ୍ୟ ବନ୍ଦ ରହିବବୋଲି ଜଣାପଡ଼ିଛି।