କରୋନା ପ୍ରଭାବ: ମାସ୍କ୍‌, ସାନିଟାଇଜର ଦାମରେ ୧୦ଗୁଣା ବୃଦ୍ଧି

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଏହା ସହିତ ହାତ ଧୋଇବା ଉପରେ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। ଭଲ ଭାବେ ୧୫ ସେକେଣ୍ଡରୁ ଅଧିକ ସମୟ ପର୍ଯ୍ୟନ୍ତ ମକଚି ହାତ ଧୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭାରତର ବିଭିନ୍ନ ସହରରେ ମାସ୍କ୍‌ ଏବଂ ସାନିଟାଇଜର ଦାମରେ ଇତିମଧ୍ୟରେ ୧୦ଗୁଣା ବୃଦ୍ଧି ଘଟିଥିବା କୁହାଯାଉଛି। ପୂର୍ବର ୨ ପ୍ଲସ୍‌ ମାସ୍କ୍‌ ଦାମ ୯୦ ପଇସା ଥିବାବେଳେ ବର୍ତ୍ତମାନ ଏହା ୧୦ ଟଙ୍କାରେ ପହଞ୍ଚିଛି। ସେହିପରି ୩ ପ୍ଲସ୍‌ ମାସ୍କ୍‌ ଦାମ ୧ ଟଙ୍କା ୧୦ ପଇସାରୁ ବଢ଼ି ୧୫ ଟଙ୍କା ହୋଇଛି। କେତେକ ମେଡିକାଲ ଷ୍ଟୋରରେ ଷ୍ଟକ୍‌ ନ ଥିବା ମଧ୍ୟ କୁହାଯାଉଛି। ସେହିପରି ପୂର୍ବରୁ ୧୫୦ ଟଙ୍କାରେ ମିଳୁଥିବା ସାନିଟାଇଜର ଏବେ ଦିଲ୍ଲୀରେ ୨୫୦ ଟଙ୍କା ହୋଇଯାଇଛି।

Share