‘କରୋନା ଫ୍ଲୁ ନୁହେଁ, ଏକ ଆକ୍ରମଣ’

ଓ୍ବାଶିଂଟନ,୨୪ା୪: କରୋନା ସଂକ୍ରମଣ ରୋକିବା ପାଇଁ ବିପୁଳ ଡଲାର ଢାଳିଦେବା ପରିବର୍ତ୍ତେ ଆଉ କିଛି ବିକଳ୍ପ ନାହିଁ। ଏହି ଭାଇରସ୍‌ ଏକ ଫ୍ଲୁ ନୁହେଁ, ବରଂ ଏକ ଆକ୍ରମଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି।
ହ୍ବାଇଟ୍‌ ହାଉସ୍‌ରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରମ୍ପ୍‌ କହିଛନ୍ତି, ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ତୁଳନାରେ କୋଭିଡ୍‌-୧୯ ଅଧିକ ଦ୍ରୁତଗତିରେ ମାଡ଼ିଚାଲିଛି। ପୂର୍ବରୁ କେହି କେବେ ଏପରି ଦେଖି ନ ଥିଲେ। ଏହା ଆମ ପାଇଁ ଏକ ଆକ୍ରମଣ ବୋଲି ସେ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ହାଉସ୍‌ ଅତିରିକ୍ତ ୩୦୦ ବିଲିୟନ ଡଲାର ପ୍ରଦାନ ନିମନ୍ତେ ପ୍ରସ୍ତୁତ ହେଉଥିବାବେଳେ ଟ୍ରମ୍ପ୍‌ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆମେରିକାରେ ୨୨ ନିୟୁତ ଲୋକ ନିଯୁକ୍ତି ହରାଇଥିବାବେଳେ ପୂର୍ବରୁ ଟ୍ରମ୍ପ୍‌ ଓ କଂଗ୍ରେସ ଅର୍ଥନୀତି ସଜାଡ଼ିବା ପାଇଁ ୨.୨ ଟ୍ରିଲିୟନ୍‌ ଡଲାର ଅନୁଦାନ ମଞ୍ଜୁର କରିସାରିଛନ୍ତି। ଗୁରୁବାର ସୁଦ୍ଧା ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୮୪୯,୦୯୪ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୪୭,୬୮୪ ଛୁଇଁଛି।

Share