କରୋନା ବିରୋଧରେ ଦୀର୍ଘ ଲଢ଼େଇ କରିବାକୁ ହେବ: ମୋଦି

ନୂଆଦିଲ୍ଲୀ,୨୪ା୩(ପି.ଟି.): କୋଭିଡ୍‌-୧୯ ଏକ ଜୀବନକାଳ ସମସ୍ୟା। ଏହାର ମୁକାବିଲା ଲାଗି ଦୀର୍ଘ ଲଢ଼େଇ କରିବାକୁ ହେବ। ନୂତନ ତଥା ଇନୋଭେଟିଭ୍‌ ସମାଧାନ ମାଧ୍ୟମରେ ଏହାର ମୁକାବିଲା କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗଣମାଧ୍ୟମକୁ କହିଛନ୍ତି। ଭାରତରେ କରୋନା ଭୂତାଣୁ ୪୧୫ ଜଣଙ୍କୁ ସଂକ୍ରମଣ କରିଥିବାବେଳେ ୮ ଜଣଙ୍କ ଜୀବନ ନେଲାଣି। ଗଣମାଧ୍ୟମ ପ୍ରତିନିଧି, କ୍ୟାମେରାମ୍ୟାନ ଓ ଟେକ୍‌ନିସିଆନ ସେମାନଙ୍କ ଅକ୍ଳାନ୍ତ ଉଦ୍ୟମ ବଳରେ ଦେଶ ପାଇଁ ବଡ଼ ସେବା କରିଛନ୍ତି। ସକାରାତ୍ମକ ଖବର ଦ୍ୱାରା ସେମାନେ ଲୋକଙ୍କ ମନରୁ ନିରାଶାବାଦ ଓ ଭୟ ଦୂର କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ସମ୍ପର୍କିତ ସଚେତନତା ସୃଷ୍ଟି ଲାଗି ସେ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ଭୂମିକାକୁ ପ୍ରଶଂସା କରିଛନ୍ତି।

Share