କରୋନା ବିରୋଧରେ ଲଢ଼େଇ: ଏକଜୁଟ ହୋଇ ଦୀପ ଜାଳିଲେ ଦେଶବାସୀ

ନୂଆଦିଲ୍ଲୀ,୫ ।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଥିବାବେଳେ ଏହାକୁ ରୋକିବା ଲାଗି ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ରବିବାର ରାତ୍ର ୯ଠାରୁ ୯ ମିନିଟ୍ ପାଇଁ ଦୀପ ଜାଳିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟର ବହୁ ମନ୍ତ୍ରୀ, ବିଭିନ୍ନ ରାଜନେତା, ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ୍ ହୋଇ କରୋନା ବିରୋଧରେ ଲଢ଼େଇ ପାଇଁ ଏକଜୁଟ ହୋଇଛନ୍ତି ।  ୯ ମିନିଟ୍ ଲାଗି ଘରର ଆଲୋକ ଲିଭାଇ ଲୋକେ ଏଭଳି କରିଛନ୍ତି । କେହିକେହି ମହମବତୀ ଅବା ଟର୍ଚ୍ଚ ଆଲୋକ ମଧ୍ୟ ଜଳାଇଛନ୍ତି ।

Share