କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଲି ଫଜଲ କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ କହିବାକୁ କହିଛନ୍ତି। ତେବେ ବରିଷ୍ଠ ନାଗରିକଙ୍କୁ ସେ ଏହା କହିବାକୁ କହିଛନ୍ତି। ତାଙ୍କ ମାତାପିତାଙ୍କୁ ସେ ଆଇାସୋଲେଶନରେ ରଖିବାକୁ ଚାହୁଁଥିବା ବେଳେ ସେମାନେ ଏହା ବୁଝୁ ନ ଥିବାରୁ ଫଜଲ ଏପରି କହିଥିବା ପ୍ରକାଶ କରିଛନ୍ତି। ସେ ଏହିକଥା ସାର୍ବଜନିକ ଭାବେ ସୋସିଆଲ ମିଡିଆରେ କହିଛନ୍ତି। କୁହାଯାଉଛି ଏବେ ଏହି ଅଭିନେତାଙ୍କୁ ଗୋଟିଏ ଭଲ ଉପାୟ ମିଳିଯାଇଛି। ଯେଉଁ ବରିଷ୍ଠ ନାଗରିକମାନେ କରୋନା ଭାଇରସ ସମ୍ପର୍କରେ ନ ବୁଝି ପାରିବେ ତାଙ୍କୁ ଏମିତି ଭାବେ ବୁଝାଇ ହେବ। ସୂଚନାଯୋଗ୍ୟ, ନିକଟରେ ବ୍ରିଟିଶ ଅଭିନେତା ରିଜ ଅହମ୍ମଦ ଟୁଇଟ୍‌ କରି କହିଥିଲେ ସେ ତାଙ୍କ ମାତାପିତାଙ୍କୁ କିପରି ବୁଝାଇବେ ଯେ ଏହି ଘଡିସନ୍ଧି ମୁହୂର୍ତ୍ତରେ ସେମାନେ ଘର ଭିତରେ ରୁହନ୍ତୁ ବୋଲି। କେହି ଏହାର ଉତ୍ତର ଦେଇ ପାରିବେ କି। ଏହାର ଏକ ମଜାଳିଆ ଉତ୍ତର ଦେଇ ଫଜଲ କହିଥିଲେ ସେମାନଙ୍କୁ କୁହନ୍ତୁ ଏହା ତୃତୀୟ ବିଶ୍ୱଯୁଦ୍ଧ। ଅଲି ଫଜଲ ଓ ରିଚା ଚଢାଙ୍କ ବିବାହ ହେବାକୁ ଥିବା ବେଳେ ଏବେ କରୋନା ସଂକ୍ରମଣ ପାଇଁ ସେମାନେ ଏହାକୁ ଘୁଞ୍ଚାଇ ଦେଇଛନ୍ତି।

Share