ଔରଙ୍ଗାବାଦ,୧୩।୩: ସରକାରୀ ଆୟୁର୍ବେଦ କଲେଜର ଏକ ଟିମ୍ ଗୁରୁବାର ଉସମନାବାଦ ସହରରେ କରୋନା ଭାଇରସକୁ ସେଇ ଜିଲା ପ୍ରଶାସନ ଦ୍ୱାରା ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲା। ଏହି ସମୟରେ କିଛି ଘଷି ବା ଗାଈ ଗୋବରରେ ତିଆରି ଜାଳେଣିକୁ ଜଳାଯାଇଥିଲା। ଏହାଦ୍ୱାରା ବାୟୁରେ ଥିବା ଜୀବାଣୁ ନଷ୍ଟ ହୋଇଯିବେ ବୋଲି କହିଥିଲେ କେତେଜଣ ଆୟୁର୍ବେଦ ଛାତ୍ର। ହେଲେ ଏହି ଘଷି ଜାଳିବା ସହ ଖବରଦାତା ସମ୍ମିଳନୀର କୌଣସି ସମ୍ପର୍କ ନ ଥିଲା। ଏହା ଆୟୁର୍ବେଦ କଲେଜର ଏକ ଟିମ୍ ଦ୍ୱାରା ଘର ନିକଟରେ କିପରି ବାୟୁ ପ୍ରଦୂଷଣକୁ ଦୂରେଇ ଦେଇ ହେବ ତାହା ଉପରେ ଆଲୋଚନା କରାଯାଉଥିଲା। ହେଲେ ଗୋଟିଏ ପଟେ କରୋନା ଭାଇରସକୁ ନେଇ ଖବରଦାତା ସମ୍ମିଳନୀ ଆୟୋଜିତ ହେଉଥିବାରୁ ଅନ୍ୟପଟେ ଏପରି ଘଷି ଜାଳିବାର ଦୃଶ୍ୟକୁ ଦେଖି କେହି କେହି ଏହାକୁ କରୋନା ଭାଇରସ ସହ ଯୋଡି ଦେଇଥିଲେ।