କରୋନା ଭାଇରସକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କର ରହିଛି ଅନ୍ଧବିଶ୍ୱାସ

ଇସ୍‌ଲାମାବାଦ,୫ ।୪: କରୋନା ଭାଇରସ ଏବେ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ତା’କବଳକୁ ନେଇ ସାରିଥିବା ବେଳେ ସେଠାରେ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯିବା ଚିନ୍ତାର କାରଣ ପାଲଟିଛି । ହେଲେ କରୋନା ଭାଇରସକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅନ୍ଧ ବିଶ୍ୱାସ ରହିଛି ତାହା ଆଜି ଚର୍ଚ୍ଚାର ପରିସରକୁ ଚାଲି ଆସିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି କରୋନ ସାଧାରଣ ଫ୍ଲୁଠାରୁ ସାମାନ୍ୟ ଅଧିକ । ଏହା କେବଳ ବୃଦ୍ଧ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ । ତେଣୁ ପାକିସ୍ତାନ ଏହି କରୋନା ଭାଇରସ ସହ ଲଢିବାକୁ ସବୁ ପ୍ରକାର ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି । ଦେଶକୁ ଲକ୍‌ଡାଉନ୍ ଘୋଷଣା କଲେ ହଜାର ହଜାର ଗରିବ ନାନା ଅସୁବିଧାରେ ପଡିବେ ବୋଲି ସେ କହିଛନ୍ତି । ତେଣୁ ସେ ଦେଶକୁ ଲକ୍‌ଡାଉନ୍ ଘୋଷଣା କରିବେ ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଏବେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାର ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୪୦ ଅତିକ୍ରମ କରିଗଲାଣି ।

Share