Categories: ଜାତୀୟ

କରୋନା ଭାଇରସକୁ ‘ରାଜ୍ୟ ବିପତ୍ତି’ ଘୋଷଣା କଲେ କେରଳ ସରକାର

ଥିରୁଭାନନ୍ତପୁରମ,୪।୨: ଚାଇନାରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ ଧୀରେ ଧୀରେ ବିଭିନ୍ନ ଦେଶକୁ ମାଡିଚାଲିଛି। ଭାରତରେ ମଧ୍ୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ କରାଯାଇଛି। କେରଳରେ ମଧ୍ୟ ୩ ଜଣ ଏହି ଭୟଙ୍କର ଭୂତାଣୁ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଫଳରେ କେରଳ ସରକାର କରୋନା ଭାଇରସକୁ ‘ରାଜ୍ୟ ବିପତ୍ତି’ ଘୋଷଣା କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେକେ ସୈଲଜା କହିଛନ୍ତି, ଲୋକଙ୍କୁ ଭୟଭୀତ କରିବା ପାଇଁ ଏଭଳି ଘୋଷଣା କରାଯାଇ ନାହିଁ। ଏହାଦ୍ୱାରା କରୋନା ଭାଇରସ ବ୍ୟାପିବାକୁ ରୋକା ଯାଇ ପାରିବ ଏବଂ ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିପାରିବେ। ସୂଚନାଯୋଗ୍ୟ, ଚାଇନାରେ ଏପର୍ଯ୍ୟନ୍ତ ଏହି ଭୂତାଣୁରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

Share