କରୋନା ଭାଇରସକୁ ହରାଇଲେ ଶତାୟୁ

ବେଜିଂ,୯।୩: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରରୁ ଆସିଛି ଭଲ ଖବର। ଏଠାରେ ଜଣେ ୧୦୦ ବର୍ଷୀୟ ବୃଦ୍ଧ କରୋନାରେ ସଂକ୍ରମିତ ଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା କହିଛି ଚାଇନା ଗଣମାଧ୍ୟମ। ସିନୁହା ନ୍ୟୁଜର ସୂଚନା ମୁତାବକ, ଏହି ଶତାୟୁଙ୍କୁ ଶନିବାର ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ଫେବୃୟାରୀ ୨୪ରେ ସେ ହୁବଇର ମ୍ୟାଟରନିଟି ଆଣ୍ଡ ଚାଇଲ୍ଡ ହେଲ୍‌ଥ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସର୍ବ କନିଷ୍ଠ ବ୍ୟକ୍ତି ଭାବେ ସେ କରୋନାକୁ ହରାଇ ଥିବାରୁ ଆସିଛନ୍ତି ଚର୍ଚ୍ଚାକୁ। କରୋନା ଭାଇରସ ସଂକ୍ରମଣ ହେବା ପୂର୍ବରୁ ସେ ଉଚ୍ଚରକ୍ତଚାପ, ହୃଦରୋଗ ଓ ଅଲଝାଇମର ରୋଗରେ ପୀଡିତ ଥିଲେ। କରୋନା ଭାଇରସ ସଂକ୍ରମଣ ହେବା ପରେ ତାଙ୍କୁ ୧୩ ଦିନ ପର୍ଯ୍ୟନ୍ତ ଆଣ୍ଟି ଭାଇରଲ ଡ୍ରଗ୍‌, ଥେରାପି ପ୍ଲାଜମା ଟ୍ରାନ୍ସଫ୍ୟୁଜନ ଓ ଚାଇନାର ପାରମ୍ପରିକ ଔଷଧ ଦିଆଯାଇଥିଲା ବୋଲି ହସ୍ପିଟାଲ ପକ୍ଷରୁ ପ୍ରକାଶ।

Share