କରୋନା ଭାଇରସରେ ପୀଡ଼ିତ କାନାଡା ପ୍ରଧାନମନ୍ତ୍ରୀଙ୍କ ସହଧର୍ମିଣୀ

ଓଟାଓ୍ବା,୧୩।୩: କରୋନା ଭାଇରସ ଏବେ ପ୍ରାୟ ୧୧୭ ଦେଶକୁ ବ୍ୟାପିଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଙ୍କ ସହଧର୍ମିଣୀ ଶୋଫିଆ ଗ୍ରିଗୋଇରେ ଟ୍ରୁଡେ ମଧ୍ୟ ଏଥିରେ ପୀଡିତ ହୋଇଥିବା ସୂଚନା ମିଳିଛି। ଲଣ୍ଡନରୁ ଫେରିବା ପରେ ତାଙ୍କ ନିକଟରେ ଫ୍ଲୁର ଲକ୍ଷଣ ଦେଖାଯାଇଥିଲା। ପରୀକ୍ଷା ପରେ ଜଣାପଡିଲା ସେ କୋଭିଡ ୧୯ ବା କରୋନା ଭାଇରସରେ ପୀଡିତ। ଗୁରୁବାର ରାତିରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ ୧୯ରେ ପୀଡିତ ବୋଲି ଜଣାପଡିଥିଲା। ସେ ଅଳ୍ପ ମାତ୍ରାରେ ଆକ୍ରାନ୍ତ ହୋଇଥିବାରୁ ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇଯିବେ ବୋଲି କହିଛନ୍ତି। ସେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଥିବା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ କିନ୍ତୁ କରୋନାରେ ପୀଡିତ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି।

Share