କରୋନା ଭାଇରସରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ମାତ୍ର ୩ ଜଣ

ମ୍ୟାଡ୍ରିଡ,୩୧।୩: ସ୍ପେନରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ସୋମବାର ୨୪ ଘଣ୍ଟାରେ ସ୍ପେନରେ ୯୧୩ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା। ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୮୭୯୫୬ ଥିବା ବେଳେ ମୃତକଙ୍କ ସଂଖ୍ୟା ରହିଛି ୭୭୧୬। ଗତ ୨୪ ଘଣ୍ଟା ମଧ୍ୟରେ ୭୮୪୬ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ତେବେ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ହେଉଥିବାରୁ ଏବେ ସରକାର ନିୟମ କରିଛନ୍ତି କରୋନା ପଜିଟିଭ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାରରେ କେବଳ ୩ ଜଣ ଲୋକ ଉପସ୍ଥିତ ରହିବେ। ସେହିପରି ମୃତକଙ୍କ ଘରେ ଯାଇ ଶୋକ ବ୍ୟକ୍ତ କରିବା ଉପରେ ମଧ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ସ୍ପେନରେ ଏପ୍ରିଲ ୧୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏଥର ମୃତକଙ୍କ ସଂସ୍କାର ବେଳେ ଯେଉଁ ୩ ଜଣ ଏକାଠି ହେବେ ସେମାନେ ପରସ୍ପର ମଧ୍ୟରେ ଅତିକମ୍‌ ରେ ୧ରୁ ୨ ମିଟର ଦୂରତା ରକ୍ଷା କରିବେ ବୋଲି ନିର୍ଦ୍ଦେଶ ରହିଛି।

Share