Categories: ଜାତୀୟ

କରୋନା ଭାଇରସର ଗୁଜବରୁ ଦୂରେଇ ରହି ନମସ୍କାର କରିବା ଅଭ୍ୟାସ କରନ୍ତୁ: ମୋଦି

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜନଔଷଧି ଦିବସ ଅବସରରେ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜନଔଷଧି କେନ୍ଦ୍ର ସହ କଥା ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ମୋଦି ଆସାମର ଗୁଆହାଟୀରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଜନଔଷଧି କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ କଥା ହୋଇଥିଲେ। ଦେଶରେ କରୋନାର ଉପସ୍ଥିତିକୁ ଦେଖି ମୋଦି ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ, କରୋନା ଭାଇରସକୁ ନେଇ ଉପୁଜୁଥିବା ଗୁଜବଠାରୁ ଯେତେ ସମ୍ଭବ ଦୂରରେ ରୁହନ୍ତୁ। ଏବେ ସାରା ବିଶ୍ୱ ନମସ୍କାରକୁ ଅଭ୍ୟାସରେ ପକାଉଥିବା ବେଳେ ଆମେ ମଧ୍ୟ ହାତ ମିଳାଇବା ପରିବର୍ତ୍ତେ ନମସ୍କାରକୁ ଅଭ୍ୟାସରେ ପକାଇବାକୁ ମୋଦି କହିଛନ୍ତି।

Share