କରୋନା ଭାଇରସର ନୂଆ ଠିକଣା ଇଟାଲି: ଗୋଟିଏ ଦିନରେ ୨୫୦ ମୃତ

ରୋମ,୧୪।୩: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ୧୪୫ ଦେଶକୁ ବ୍ୟାପି ସାରିଲାଣି। ଉହାନ ସହରରେ କରୋନା ଭାଇରସ ସଂକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ଚାଇନା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିଲା। ଉହାନ ପରେ ଏବେ କରୋନା ଭାଇରସ ତା’ର ଠିକଣା ବଦଳାଇଛି ବୋଲି କୂହାଯାଉଛି। ଗତ ଶୁକ୍ରବାର ଇଟାଲି ପାଇଁ ବ୍ଲାକ ଫ୍ରାଇଡେ ଥିଲା ବୋଲି କୁହାଯାଉଛି। କାରଣ ୨୪ ଘଣ୍ଟା ମଧ୍ୟରେ ଇଟାଲିରେ କରୋନା ଭାଇରସ ସଂକ୍ରମଣରେ ପାଖାପାଖି ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେସୁଦ୍ଧା ଇଟାଲିରେ କରୋନା ସଂକ୍ରଣରେ ୧୨୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭,୬୬୦ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

Share