କରୋନା ଭାଇରସର ସମାଧାନ ନୁହେଁ ଲକ୍‌ଡାଉନ, ଏହା ଏକ ପଜ୍‌ ବଟନ ଚାଲୁ କଲେ ପୁଣି ବ୍ୟାପିବ: ରାହୁଲ

ନୂଆଦିଲ୍ଲୀ,୧୬।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭିଡିଓକନଫରେନ୍ସିଂ ଜରିଆରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏହି ଅବସରରେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ସତ। ମୋଦିଙ୍କ ଅନେକ ଗୁଡିଏ କଥାରେ ରାହୁଲ ସହମତ ନୁହେଁ ହେଲେ ଏବେ ତାହା ଆଲୋଚନା କରିବାର ସମୟ ନୁହେଁ ବରଂ ଏକାଠି ହୋଇ ଏବେ କରୋନା ବିରୋଧରେ ଲଢିବାର ସମୟ। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ମୋଦି ସରକାରଙ୍କ ଦ୍ୱାରା ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ରାହୁଲ କହିଛନ୍ତି କରୋନା ଭାଇରସର ସମାଧାନ ଲକ୍‌ଡାଉନ ନୁହେଁ। ଏହା ଏକ ପଜ୍‌ ବଟନ ଏହାକୁ ଚାଲୁ କଲେ ପୁଣି ବ୍ୟାପିବ କରୋନା। ତେବେ କରୋନାକୁ ନେଇ ରାହୁଲ ଆହୁରି ମଧ୍ୟ କହିଛନ୍ତି ଭାରତରେ କରୋନାକୁ ହରାଇବାକୁ ହେଲେ ରୋଗୀଙ୍କର ନମୁନା ପରୀକ୍ଷଣ ଜରୁରୀ। ଯେଉଁଠାରେ କରୋନା ବ୍ୟାପୁଛି ସେଠାରେ ରାଣ୍ଡମ ଟେଷ୍ଟିଂ ଜରୁରୀ ବୋଲି ରାହୁଲ ମତ ରଖିଛନ୍ତି।

Share