କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ କେବଳ ମାସ୍କ କି ହ୍ୟାଣ୍ଡ୍‌ ସାନିଟାରି ନୁହେଁ, ଏସବୁ ସତର୍କତା ଅବଲମ୍ବନ ଜରୁରୀ

କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱବାସୀ ଭୟଭୀତ। ଚାଇନାରୁ ଆସିଥିବା ଏହି ଭାଇରସ୍‌ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୪ଟି ଦେଶକୁ କବଳିତ କରିସାରିଲାଣି। ଏଥିରୁ ବି ବର୍ତ୍ତିନାହିଁ ଭାରତ। ଏହି ମାରାତ୍ମକ ଭାଇରସ୍‌ ୩୨୮୧ ଲୋକଙ୍କର ଜୀବନ ନେଇସାରିଲାଣି। ତେବେ ଏଥିରୁ ବଞ୍ଚିବା ପାଇଁ କେବଳ ମାସ୍କ କି ହ୍ୟାଣ୍ଡ ସାନିଟାରି ନୁହେଁ, କେତେକ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ। ଜାଣନ୍ତୁ ଏ ସମ୍ପର୍କରେ…

Blood sample with respiratory coronavirus positive

୧. ଏହି ଭାଇରସ୍‌ ଥଣ୍ଡା ଯୋଗୁ ହିଁ ହୋଇଥାଏ। ଖାଲି ମାସ୍କ ପିନ୍ଧିଲେ କରୋନା ଭାଇରସ୍‌ରୁ ସୁରକ୍ଷିତ ରହିବେ ନାହିଁ। ତେଣୁ ଥଣ୍ଡା କିପରି ହେବ ନାହିଁ ସେଥିପ୍ରତି ସତର୍କ ରୁହନ୍ତୁ।

୨. ବାରମ୍ବାର ମୁହଁରେ ହାତ ମାରିବା ଅନୁଚିତ। ଥଣ୍ଡା, ଜ୍ୱର, କାଶ ହୋଇଥିବା ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌।

୩. ଖାଦ୍ୟ ଖାଇବା ପୂର୍ବରୁ ଭଲଭାବେ ସାବୁନ୍‌ରେ ହାତ ଧୁଅନ୍ତୁ।

୪. ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ଏପରିକି ସଭାସମିତି, ମାର୍କେଟ୍‌ ଆଦି ଜନଗହଳି ପୂର୍ଣ୍ଣ ସ୍ଥାନଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

୫. ଜ୍ୱର ହୋଇଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ।