କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଉହାନ ହସ୍ପିଟାଲରେ ନିର୍ଦ୍ଦେଶକଙ୍କ ମୃତ୍ୟୁ

ବେଜିଂ,୧୮।୨: କରୋନା ଚାଇନା ସମେତ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ପ୍ରତିଦିନ ସେଠାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୧୯୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୨ହଜାରକୁ ବୃଦ୍ଧି ପାଇଛି। ଚାଇନାରେ ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ଏଠାକାର ସ୍ବାସ୍ଥ୍ୟକର୍ମୀ ମଧ୍ୟ ଏହାର କୋପରୁ ବର୍ତ୍ତିପାରିନାହାନ୍ତି। ମଙ୍ଗଳବାର କରୋନାର କେନ୍ଦ୍ର ଥିବା ଉହାନର ବୁଚାଙ୍ଗ ହସ୍ପିଟାଲର ନିର୍ଦ୍ଦେଶକ ଲିଉ ଝିମିଙ୍ଗ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏତେ ବଡ଼ ହସ୍ପିଟାଲରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ସେ ହେଉଛନ୍ତି ପ୍ରଥମ ଅଧିକାରୀ। ସୂଚନା ମୁତାବକ କରୋନାରେ ଏପର୍ଯ୍ୟନ୍ତ ୧୭୧୬ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇସାରିଲାଣି।

Share