କରୋନା ଭାଇରସ୍‌ର ଏହି ଲକ୍ଷଣ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି

ବର୍ଲିନ,୨୦।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ମହାମାରୀ ସହ ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇପାରି ନାହିଁ। ସୁରକ୍ଷା ଦୃଷ୍ଟିରୁ କେବଳ ଲୋକଙ୍କୁ ବିଭିନ୍ନ ପ୍ରକାରର ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସାଧାରଣ ଥଣ୍ଡା, କାଶ, ଜ୍ୱର, ଶରୀର ଘୋଳାବିନ୍ଧା ଭଳି ଲକ୍ଷଣ ଦେଖାଯାଉଛି। କିନ୍ତୁ ଏବେ ଏହାର କିଛି ନୂଆ ଲକ୍ଷଣ ଦେଖାଯାଇଛି। ଯାହା ଏବେ ବିଶ୍ୱର ବୈଜ୍ଞାନିକମାନଙ୍କର ଚିନ୍ତା ବଢ଼ାଇଦେଇଛି। ବୈଜ୍ଞାନିକଙ୍କ କହିବା ଅନୁସାରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଘ୍ରାଣଶକ୍ତି ଖରାପ୍‌ ହେଉଛି। ଏଥିସହ ସେମାନେ ଖାଦ୍ୟର ସ୍ବାଦ ମଧ୍ୟ କିଛି ଜାଣିପାରୁ ନ ଥିବା କୁହାଯାଉଛି। ଜର୍ମାନରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ପ୍ରାୟ ସମସ୍ତ ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ, ଏଥିରେ ସଂକ୍ରମିତ ହୋଇଥିବା ରୋଗୀ କିଛି ଦିନରୁ ଖାଦ୍ୟର ସ୍ବାଦ ଜାଣି ପାରୁ ନ ଥିବା ବେଳେ କୌଣସି ଗନ୍ଧ ମଧ୍ୟ ବାରି ପାରୁନାହାନ୍ତି ବୋଲି ବିଶେଷଜ୍ଞ ହେଣ୍ଡ୍ରିକ୍‌ ଷ୍ଟ୍ରିକ୍‌ କହିଛନ୍ତି। ଏହି ଲକ୍ଷଣ ଶରୀରରେ ଏତେ ବୃଦ୍ଧି ପାଇଥାଏ ଯେ, ଜଣେ ମା’ ନିଜ ପିଲାଙ୍କ ଡାଇପର ଗନ୍ଧ କି ଶାମ୍ପୁର ସୁଗନ୍ଧ ମଧ୍ୟ ଜାଣିପାରି ନ ଥାନ୍ତି। ଆଉ କେତେକଙ୍କ ମଧ୍ୟରେ ଡାଇରିଆ ସମସ୍ୟା ଦେଖାଦେଇଛି। ତେବେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଏହି ଲକ୍ଷଣ ବ୍ୟକ୍ତିଙ୍କଠାରେ କେବେଠାରୁ ଦେଖାଦେଇଥାଏ। କୁହାଯାଉଛି ସଂକ୍ରମିତ ହେବାର କିଛି ଦିନ ପରେ ହିଁ ଏସବୁ ଲକ୍ଷଣ ଦେଖାଯାଉଛି। ଅପରପକ୍ଷେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଜର୍ମାନରେ ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷ କରୋନା ଭାଇରସ୍‌ ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଦେଶରେ ଏହି ସଙ୍କଟ ୨ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଜର୍ମାନୀର ପବ୍ଲିକ ହେଲ୍‌ଥ ଏଜେସ୍ସି ଚେତାବନୀ ଦେଇଛି। ସୂଚନା ମୁତାବକ ଜର୍ମାନୀରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୭ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଏପର୍ଯ୍ୟନ୍ତ ୪୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…

ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ...

ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ...

ନିଜ ବନ୍ଧୁ ଉପରେ ଭରସା କରି ପାରୁନାହିଁ ଚାଇନା!

ବେଜିଂ,୨୮।୧୧: ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଭଲ ବୋଲି ବିବେଚନା କରାଯାଏ। ତେବେ ନିକଟ ଅତୀତରେ ଏଭଳି ଘଟଣା ଘଟିଛି ଯେଉଁଥିପାଇଁ ଚାଇନା ଆଉ...

ଥରିଲା ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଦେଖାଗଲା ଏହାର ପ୍ରଭାବ

ଶ୍ରୀନଗର/କାବୁଲ,୨୮।୧୧: ଗୁରୁବାର (୨୮ ନଭେମ୍ବର) ଅପରାହ୍ନରେ ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ...

କପେ ଚା’କୁ ଲକ୍ଷେ ଟଙ୍କା

ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍‌ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର...

ଜାଣନ୍ତି କି କାହିଁକି ହିନ୍ଦୀ ବାମରୁ ଡାହାଣକୁ, ଊର୍ଦ୍ଦୁ ଡାହାଣରୁ ବାମକୁ ଲେଖାଯାଏ, ଏହା ପଛର କାରଣ ଜାଣିଲେ…

ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାରତରେ କଥିତ। ଏହି ଦୁଇଟି ଭାଷା ମଧ୍ୟରେ ଅନେକ ସମାନତା ଅଛି, ତଥାପି ସେଗୁଡ଼ିକ ଲେଖିବାରେ ଏକ ବଡ଼ ପାର୍ଥକ୍ୟ...

ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧବିରତି:ଶାନ୍ତି ଫେରାଇ ଆଣିବା ପାଇଁ ଆହ୍ବାନ

ତେଲ୍‌ଆଭିଭ/ବେରୁଟ୍‌,୨୮ା୧୧ ହେଜ୍‌ବୋଲ୍ଲା ବିରୋଧରେ ଅନେକ ମାସର ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟକୁ ଶାନ୍ତି ଫେରାଇ ଆଣିବା ପାଇଁ ସାରା ବିଶ୍ୱରୁ ଆହ୍ବାନ ଦିଆଯିବାରୁ ଲେବାନନ୍‌ରେ ଇସ୍ରାଏଲ୍‌ ପକ୍ଷରୁ...

ପ୍ରତି ୨୧ ଘଣ୍ଟାରେ ଗ୍ରହର ନୂଆ ବର୍ଷ

ବ୍ରିସ୍‌ବେନ୍‌, ୨୮।୧୧:ଜ୍ୟୋତିର୍ବିଜ୍ଞାନୀମାନେ ଆମ ସୌର ଜଗତ ବାହାରେ ଏକ ବିରଳ ଗ୍ରହର ଆବିଷ୍କାର କରିଛନ୍ତି, ଯାହାର ଗୋଟିଏ ବର୍ଷ ମାତ୍ର ୨୧ ଘଣ୍ଟାରେ ଶେଷ ହୋଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri