Posted inଖେଳ

କରୋନା ଭାଇରସ୍‌: ଅଲିମ୍ପିକ କ୍ୱାଲିଫାୟର ଖେଳିବେନି ୪ ଚାଇନା ମହିଳା ଫୁଟବଲ୍‌ର

ବେଜିଂ,୩୦।୧(ପି.ଟି.)- ବହୁ ଚର୍ଚ୍ଚିତ କରୋନା ଭାଇରସ ପ୍ରଭାବିତ ଅଞ୍ଚଳରୁ ଆସିଥିବାର ଚାଇନାର ୪ଜଣ ମହିଳା ଫୁଟବଲର ଅଷ୍ଟ୍ରେଲିଆର ସିଡନୀରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମହିଳା ଫୁଟବଲ୍‌ କ୍ୱାଲିଫାଇଙ୍ଗ୍‌ ମ୍ୟାଚ୍‌ ଖେଳିବେ ନାହିଁ। ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍‌ଏ) ବୁଧବାର ଏ ନେଇ ସୂଚନା ଦେଇଛି। ଏହି ମହିଳା ଫୁଟବଲରଙ୍କ ମଧ୍ୟରେ ତାରକା ଷ୍ଟ୍ରାଇକର ଓ୍ବାଙ୍ଗ୍‌ ଶୁଆଙ୍ଗ୍‌ ସାମିଲ ରହିଛନ୍ତି। କରୋନା ଭାଇରସ ପ୍ରଭାବିତ ଉହାନ ସହରରେ ରହୁଥିବା ୩ଜଣ ଖେଳାଳି ହେଲେ ଓ୍ବାଙ୍ଗ୍‌ ଶୁଆଙ୍ଗ, ୟାଓ ଓ୍ବେଇ ଓ ଲିଓ ୟୁଏୟୁନ। ସେହିପରି ଲି ମେନ୍‌ଓ୍ବେନ୍‌ ଝେଜିଆଙ୍ଗ୍‌ ପ୍ରୋଭିନ୍ସରେ ରହୁଛନ୍ତି। ଏପିଡେମିକ୍‌ କଣ୍ଟ୍ରୋଲ ବା ମହାମାରୀ ନିୟନ୍ତ୍ରଣ ଚାଲୁ ରହିଥିବାରୁ ଏହି ଖେଳାଳିମାନେ ଅଷ୍ଟ୍ରେଲିଆରେ ଦଳସହ ସାମିଲ ହୋଇପାରିବେ ନାହିଁ ବୋଲି ସିଏଫ୍‌ଏ ତରଫରୁ କୁହାଯାଇଛି।
ଗତ ୨୩ ତାରିଖରୁ ଭାଇରସ୍‌ ପ୍ରଭାବିତ ଅଞ୍ଚଳକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରାଯାଇଛି। ଫଳରେ ଲୋକମାନେ ଏହି ସ୍ଥାନରୁ ଯିବା ଆସିବା କରିପାରୁନାହାନ୍ତି। ଚାଇନାରେ କରୋନା ଭାଇରସ୍‌ କାରଣରୁ ଏପର୍ଯ୍ୟନ୍ତ ୧୩୨ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ ଏହି ଭାଇରସ୍‌ରେ ୬,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଭାଇରସ ଓ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ଚାଇନା କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି।
ତାରକା ମହିଳା ଫୁଟବଲର ଓ୍ବାଙ୍ଗ କ୍ରମାଗତ ତୃତୀୟଥର ପାଇଁ ଚାଇନିଜ ଫିମେଲ ଫୁଟବଲର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସେ ମଧ୍ୟ ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ ତରଫରୁ ଖେଳୁଛନ୍ତି। ଚାଇନା ଦଳରେ ଓ୍ବାଙ୍ଗ୍‌ ଜଣେ ହାଇପ୍ରୋଫାଇଲ ଖେଳାଳି ରୂପେ ବିବେଚିତ ହେଉଛନ୍ତି। ସେହିପରି ମିଡ୍‌ ଫିଲ୍ଡର ୟାଓ ମଧ୍ୟ ନାମୀ ଫୁଟବଲ ଭାବେ ପରିଚିତ। ଅଷ୍ଟ୍ରେଲିଆ ଗସ୍ତ ପୂବରୁ ଚାଇନାର ସବୁ ୨୧ଜଣ ଖେଳାଳିଙ୍କର ଏହି ଭାଇରସ ଟେଷ୍ଟ ହୋଇଛି ଓ ସବୁର ଫଳାଫଳା ନେଗେଟିଭ୍‌ ଆସିଛି ବୋଲି ସିଏଫ୍‌ଏ ତରଫରୁ କୁହାଯାଇଛି। ବୁଧବାର ଚାଇନା ଦଳ ବ୍ରିସ୍‌ବେନ୍‌ରେ ପହଞ୍ଚିଛି ଓ ଆଗାମୀ ୨ ଦିନ ମଧ୍ୟରେ ଦଳ ସିଡନୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ବର୍ଷ ପରେ ଚେନ୍ନାଇକୁ ଫେରିବେ ଏହି କିମ୍ବଦନ୍ତୀ, ଧୋନୀ-ଜାଡେଜାଙ୍କ ସହ ଆଇପିଏଲ ୨୦୨୫ରେ ଆସିବେ ନଜର

ନୂଆଦିଲ୍ଲୀ,୨।୧୧: ଆଇପିଏଲ ୨୦୨୫ର ରିଟେଶନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚର୍ଚ୍ଚାରେ ଥିଲା ଏବଂ ରିଟେଶନ ତାଲିକା ପ୍ରକାଶ ପାଇବା...

ସୂର୍ଯ୍ୟ-ହାର୍ଦ୍ଦିକଙ୍କଠାରୁ କମ୍‌ ଦରମାରେ ଖେଳିବେ ରୋହିତ ଶର୍ମା, ମୁମ୍ବାଇର ରିଟେଶନ ଲିଷ୍ଟ ଉପରେ କହିଲେ…

ନୂଆଦିଲ୍ଲୀ,୧।୧୧: ଆଇପିଏଲ ୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଖେଳାଳିଙ୍କୁ ରିଟେନ କରିଛି। ସେମାନଙ୍କ ନାମ ଜସପ୍ରୀତ ବୁମ୍‌ରା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ...

ଭାରତକୁ ଶୋଚନୀୟ ଭାବେ ପରାସ୍ତ କଲା ପାକିସ୍ତାନ: ବେକାର ଗଲା ଭରତଙ୍କ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୧।୧୧: ହଂକଂ କ୍ରିକେଟ ସିକ୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନୀ ଦଳ ବର୍ତ୍ତମାନ ଗ୍ରୁପ ପର୍ଯ୍ୟାୟର ଉଭୟ ମ୍ୟାଚ ଜିତି...

ସିଏସ୍‌କେ ପାଇଁ ଖେଳିବେ ପନ୍ତ! ଧୋନୀଙ୍କ ନିକଟତର ଖୋଲିଦେଲେ ବଡ଼ ରାଜ୍‌

ନୂଆଦିଲ୍ଲୀ,୧।୧୧: ଆଇପିଏଲ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କୁ ମୁକ୍ତ କରିଛି। ପନ୍ତ ୨୦୧୬ରେ ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ ସେ ଦିଲ୍ଲୀର...

କ୍ରିକେଟ୍‌ ଜଗତରେ ବଡ଼ ଓଲଟପାଲଟ୍‌: ଇଂଲଣ୍ଡକୁ ଧୂଳି ଚଟାଇଲା ହଂକଂ

ନୂଆଦିଲ୍ଲୀ,୧।୧୧:ହଂକଂ ସୁପର ସିକ୍ସ ଟୁର୍ନାମେଣ୍ଟରେ ଇଂଲଣ୍ଡକୁ ପରାସ୍ତ କରି ନେପାଳ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି। ନେପାଳ ଇଂଲଣ୍ଡକୁ ୧୦ ଉଇକେଟରେ ପରାସ୍ତ କରିଛି।...

କାହିଁକି ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିଲେ ବୁମ୍‌ରା: ବିସିସିଆଇ କହିଲା କାରଣ

ଓ୍ବାଙ୍ଖଡେ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଏକ ବଡ ପରିବର୍ତ୍ତନ କରିଛି। ଜସପ୍ରୀତ ବୁମରା ପ୍ଲେଇଙ୍ଗ-୧୧ରେ ସାମିଲ ହୋଇନାହାନ୍ତି। ଏହାକୁ...

ରିଙ୍କୁ ସିଂଙ୍କ ଉପରେ ଟଙ୍କା ବର୍ଷା କଲେ ଶାହରୁଖ: ୨୪ ଗୁଣରୁ ଅଧିକ ବଢିଲା ଦରମା

ନୂଆଦିଲ୍ଲୀ,୧।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ରଖାଯିବାକୁ ଥିବା ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଅନେକ ଫ୍ରାଞ୍ଚାଇଜ କିଛି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ ୨୦୨୫ ଚାମ୍ପିଅନ...

ଟସ୍‌ ହାରିଲା ଭାରତ: ସୁନ୍ଦରଙ୍କ ଦମ୍‌ଦାର ଆରମ୍ଭ

ଓ୍ବାଙ୍ଖଡେ,୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଶୁକ୍ରବାର ଠାରୁ ଖେଳାଯାଉଛି। ନ୍ୟୁଜିଲାଣ୍ଡର ଅଧିନାୟକ ଟମ ଲାଥାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri