Categories: ଖେଳ

କରୋନା ଭାଇରସ୍‌ ଆକ୍ରାନ୍ତ: ଫେଲାଇନ ପ୍ରଥମ

ଶାଂଘାଇ, ୨୩।୩ (ଏଏଫ୍‌ପି)- ଚାଇନିଜ ସୁପର୍‌ ଲିଗ୍‌ (ସିଏସ୍‌ଏଲ୍‌)ର ପ୍ରଥମ ଫୁଟ୍‌ବଲର୍‌ ଭାବେ ମାରୋଉଆନେ ଫେଲାଇନ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଫେଲାଇନ୍‌ଙ୍କ କ୍ଲବ ଶାନଡଙ୍ଗ୍‌ ଲୁନେଙ୍ଗ ପକ୍ଷରୁ ରବିବାର ଏହା କୁହାଯାଇଛି। ୩୨ ବର୍ଷୀୟ ଏହି ବେଲ୍‌ଜିୟମ ମଧ୍ୟଭାଗ ଖେଳାଳି ସିଏସ୍‌ଏଲ୍‌ରେ ଶାନଡଙ୍ଗ୍‌ ଲୁନେଙ୍ଗ୍‌ କ୍ଲବ ପକ୍ଷରୁ ଖେଳୁଛନ୍ତି। ତାଙ୍କ ଶରୀରର ତାପମାତ୍ରା ନର୍ମାଲ ରହିଛି ଏବଂ ସେ ସୁସ୍ଥ ଅନୁଭବ କରୁଛନ୍ତି। କିନ୍ତୁ ତାଙ୍କୁ ବର୍ତ୍ତମାନ ନିରୀକ୍ଷଣରେ ରଖାଯାଇଛି ଏବଂ ମେଡିକାଲ ସୁବିଧା ସୁଯୋଗ ରହିଥିବା ନିର୍ଦ୍ଦିଷ୍ଟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ କରାଯାଉଛି। ତାଙ୍କୁ ସୁସ୍ଥ କରିବା ଓ ଚିକିତ୍ସାରେ ସହାୟତା କରିବା ଲାଗି କ୍ଲବ ଏହାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବ’ ବୋଲି ଶାନଡଙ୍ଗ୍‌ ଲୁନେଙ୍ଗ୍‌ କ୍ଲବ ପକ୍ଷରୁ କୁହାଯାଇଛି। ସଦ୍ୟତମ ଷ୍ଟାର୍‌ ଫୁଟ୍‌ବଲ ଖେଳାଳି ଭାବେ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହେବାରେ ଫେଲାଇନି ଅନ୍ୟତମ। ଏଥିପୂର୍ବରୁ ଜୁଭେଣ୍ଟସ୍‌ ଫର୍‌ଓ୍ବାର୍ଡ ପାଉଲୋ ଡିବାଲ, ଚେଲ୍‌ସା ଷ୍ଟ୍ରାଇକର୍‌ କଲମ୍‌ ହଡ୍‌ସନ-ଓଡୋଇ, ଆର୍ସେନଲ ମ୍ୟାନେଜର ମାଇକେଲ୍‌ ଆର୍ଟେଟା ଏହି ତାଲିକାରେ ରହିଛନ୍ତି।

Share