କରୋନା ଭାଇରସ୍‌: ଭଡାଟିଆଙ୍କୁ ଭଡା ମାଗିଲେ ଜେଲ୍‌ ଯିବେ ଘର ମାଲିକ

ନଏଡା,୨୮।୩: ସାରା ଦେଶରେ କରୋନା ଯୋଗୁ ଲକ୍‌ଡାଉନ୍‌ ରହିଛି। ଏଥିଯୋଗୁ ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ କେତେକ ନିଜର ଜୀବିକା ମଧ୍ୟ ହରାଇସାରିଲେଣି। ଇତିମଧ୍ୟରେ ତ୍ତରପ୍ରଦେଶର ନଏଡାରେ ରହୁଥିବା ଭଡାଟିଆଙ୍କ ପାଇଁ ଜିଲାପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏକ ମାସ ପର୍ଯ୍ୟନ୍ତ ଭଡାଟିଆମାନଙ୍କଠାରୁ ଭଡା ନେଇପାରିବେ ନାହିଁ ବୋଲି ସହରର ସମସ୍ତ ଘର ମାଲିକଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଘର ମାଲିକ ଏହି ନିର୍ଦ୍ଦେଶକୁ ପାଳନ ନ କରନ୍ତି , ତେବେ ସେମାନଙ୍କୁ ଜରିମାନା ସହ ୨ବର୍ଷର ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ପଡ଼ିପାରେ।

Share