Categories: ଖେଳ

କରୋନା ଭାଇରସ୍‌ ଭୟ: ଚାଇନା ମାଷ୍ଟର୍ସ ବାତିଲ

ବେଜିଂ,୧।୨(ଏଏଫ୍‌ପି)- ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରିସାରିଛି। ଏହାର ପ୍ରଭାବ କ୍ରୀଡ଼ାଜଗତ ଉପରେ ମଧ୍ୟ ପଡ଼ିଛି। ୨୦୨୦ ବିଶ୍ୱ ଟୁର ସିଜନରେ ଚାଇନାର ପ୍ରଥମ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଚାଇନା ମାଷ୍ଟର୍ସକୁ ବାତିଲ କରାଯାଇଛି। ଏ ନେଇ ଶନିବାର ଆୟୋଜକମାନେ ଘୋଷଣା କରିଛନ୍ତି। ୬ ଦିନ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟ ଫେବୃୟାରୀ ୨୫ରୁ ଦେଶର ସାଉଥର୍ନ ହାଇନାନ୍‌ ଆଇସ୍‌ଲାଣ୍ଡଠାରେ ଖେଳାଯିବାର ଥିଲା। କିନ୍ତୁ ସ୍ବାସ୍ଥ୍ୟଜନିତ ଭୟ ଓ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ବାତିଲ ନିଷ୍ପତ୍ତି ନିଆଯାଇଥିବା ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏଣୁ କିଛି ଖେଳାଳି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ମାରାତ୍ମକ କରୋନା ଭାଇରସ୍‌ କେନ୍ଦ୍ର ଚାଇନିଜ ସହର ଉହାନ୍‌ରୁ ଆରମ୍ଭ ହୋଇଛି। ଏହି ଭାଇରସ୍‌ ଯୋଗୁ ୨୫୯ଙ୍କ ମୃତ୍ୟୁ ଘଟିଲାଣି। ଏବେ ଏହି ଭାଇରସ ୧୨ ଦେଶକୁ ମାଡ଼ି ସାରିଛି। ଉହାନଠାରେ ଆସନ୍ତା ଏପ୍ରିଲରେ ଏସିଆ ଚାମ୍ପିୟନଶିପ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ ହେବାର ଅଛି। ଏହା ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ହାସଲ ଲକ୍ଷ୍ୟରେ ଥିବା ଖେଳାଳିଙ୍କ ପାଇଁ ଅନ୍ତିମ ଇଭେଣ୍ଟ। ତେବେ ଏ ନେଇ କିଛି ନିଷ୍ପତ୍ତି ନିଆଯାଇନାହିଁ।

Share