କରୋନା ଭାଇରସ୍‌ ଯୋଗୁ ଅସ୍ଥାୟୀ ଭାବେ ବନ୍ଦ ହେଲା ଏମ୍ସର ଓପିଡି ସେବା

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ସୋମବାରଠାରୁ ନିୟମିତ ରୋଗୀଙ୍କ ପାଇଁ ସମସ୍ତ ଓପିଡି ସେବାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ଓପିଡିକୁ ନିୟମିତ ଭାବେ ହଜାର ହଜାର ରୋଗୀ ଆସିଥାନ୍ତି। ସେମାନଙ୍କୁ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହ ଉକ୍ତ ସଂସ୍ଥା ଓପିଡି ବିଭାଗକୁ କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି। ତେଣୁ ମାର୍ଚ୍ଚ ୨୩ରୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କେନ୍ଦ୍ର ଓ ଏମ୍ସର ହସ୍ପିଟାଲ ସମେତ ବିଶେଷ କ୍ଲିନିକ୍‌ରେ ନିୟମିତ ଓପିଡି ରୋଗୀଙ୍କ ପଞ୍ଜିକରଣ ନ କରିବାକୁ ମେଡିକାଲର ସୁପରିଟେଣ୍ଡଣ୍ଟ ଏକ ସର୍କୁଲାର ଜାରି କରି କହିଛନ୍ତି। ଏହା ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ଜରୁରୀ ନ ଥିବା ସମସ୍ତ ସର୍ଜରୀକୁ ସ୍ଥଗିତ ରଖିବାକୁ ଏକ ନୋଟିସ ଜାରି କରାଯାଇଥିଲା।

Share