କରୋନା ଭାଇରସ୍‌: ଲୋକ ସଭା ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୨୩।୩: କରୋନା ଭାଇରସ୍‌ ସାରା ଦେଶରେ ପ୍ରକୋପ ଜାରି ରହିଛି। ଏହାକୁ ରୋକିବା ପାଇଁ ଭାରତ ସରକାର କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ଲୋକ ସଭା କାର୍ଯ୍ୟକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏନେଇ ସୋମବାର ଘୋଷଣା କରିଛନ୍ତି। ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବାକୁ ଥିଲା। କିନ୍ତୁ କରୋନା ଯୋଗୁ ସମୟ ପୂର୍ବରୁ ଗୃହର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

Share