Categories: ଜାତୀୟ

କରୋନା ଭାଇରସ୍‌: ସରକାର ଜାରି କଲେ ୩୧ ଲ୍ୟାବ୍‌ ତାଲିକା

ନୂଆଦିଲ୍ଲୀ,୬।୩: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ ଚିନ୍ତା। ଏଥିରୁ କିପରି ବର୍ତ୍ତିବେ ସେନେଇ ବିଭିନ୍ନ ଦେଶର ସରକାର ଉଦ୍ୟମ ଚଳାଇଛନ୍ତି। ଭାରତରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୧ ବୃଦ୍ଧି ପାଇଛି। ଫଳରେ ଏହାକୁ ନେଇ ସାରା ଦେଶରେ ଆଲର୍ଟ ଜାରି କରାଯାଇଛି। କରୋନା ଭାଇରସ୍‌ ଯାଞ୍ଚ ପାଇଁ ସରକାର ଶୁକ୍ରବାର ୩୧ ଲେବ୍ରୋଟାରୀର ତାଲିକା ଜାରି କରିଛନ୍ତି। ପୂର୍ବରୁ ୧୩ ଲେବ୍ରୋଟାରୀରେ ଯାଞ୍ଚ କରାଯାଉଥିବା ବେଳେ ଶୁକ୍ରବାରଠାରୁ ଅନ୍ୟ ୧୮ଟି ଲ୍ୟାବ୍‌ରେ ଯାଞ୍ଚର ସୁବିଧା ଆରମ୍ଭ କରାଯାଇଛି। ଏହି ତାଲିକା ଅନୁସାରେ ଜମ୍ମୁ, ଶ୍ରୀନଗର, ଚଣ୍ଡିଗଡ, ଯୋଧପୁର, ପାଟନା, ଦିବ୍ରୁଗଡ, ଅଗରତାଲା, ଭୁବନେଶ୍ୱର, ରାୟପୁର, ଭୋପାଳ, ଜବଲପୁର, ତିରୁପତି, ପୁଡୁଚେରୀ, ଅମୃତଶର, ବାରାଣସୀ, ହଲଦ୍‌ଓ୍ବାନି, ଜାମନଗର ଓ ଥେନିରେ ଯାଞ୍ଚର ସୁବିଧା କରାଯାଇଛି।

Share