Advertisement

କରୋନା ଭାଇରସ୍‌ ସହ ଲଢୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ପ୍ରିୟଙ୍କା

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଅନେକ ବଲିଉଡ୍‌ କଳାକାର ଆଗେଇ ଆସି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଚାଲିଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଖାଲି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ନୁହେଁ, ସେ ଅନ୍ୟସବୁ ଅନୁଷ୍ଠାନକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ସହାୟତା ରାଶି ସେ କରୋନା ମହାମାରୀ ସହ ଲଢୁଥିବା ମହିଳାମାନଙ୍କୁ ପ୍ରଦାନ କରିଛନ୍ତି। ଏହି କଥା ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଏହି ଫଟୋ ସହିତ ପ୍ରିୟଙ୍କା ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି, ଏପରି ସଂକଟ ସମୟରେ ସଂଗ୍ରାମ କରୁଥିବା ମହିଳାମାନଙ୍କୁ ୧,୦୦୦୦୦ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭୬.୩ ଲକ୍ଷ ଟଙ୍କା ପ୍ରଦାନ କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି, ଆପଣ ଯଦି ଏପରି କୌଣସି ମହିଳାଙ୍କ ବିଷୟରେ ଜାଣିଛନ୍ତି ତାଙ୍କୁ ଆମ ସାମ୍ନାକୁ ଆଣନ୍ତୁ। ଯେମିତିକି ସେମାନେ କୌଣସି ସେବା କରୁଥିବେ। ବଡ଼ ବ୍ୟବସାୟ ହେଉ କି ଛୋଟ। ଆମେ ସମସ୍ତଙ୍କ ସହ ରହିଛୁ। ସେ କହିଛନ୍ତି, ଏପରି ସମୟରେ କିଛି ସାହାଯ୍ୟ କରିବା ନିହାତି ଜରୁରୀ। ତେଣୁ ନିକ୍‌ ଏବଂ ମୁଁ ଆର୍ଥିକ ସହାୟତା ପ୍ରଦାନ କରୁଛୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share