Categories: ଜାତୀୟ

କରୋନା ଭାଇରସ କବଳରେ ୩ ବର୍ଷର ଭାରତୀୟ ଶିଶୁ

ଥିରୁଭାନନ୍ତପୁରମ,୯।୩: ଡରାଇଲାଣି କରୋନା ଭାଇରସ। ଆମେରିକା, ଇଟାଲି ଭଳି ଦେଶ ଏହି କରୋନା ଭାଇରସ କବଳରେ ଆସିଥିବା ବେଳେ ଏବେ ଏହା ଭାରତରେ କାୟା ବିସ୍ତାର କରି ଚାଲିଛି। କେରଳରେ ରବିବାର ଗୋଟିଏ ପରିବାରର ୫ ଜଣ କରୋନା ଭାଇରସରେ ପୀଡିତଥିବା ଜଣାପଡିବା ପରେ ଏବେ ସାରା ଦେଶରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ସୋମାବାର ସକାଳୁ ମିଳିଥିବା ସୂଚନା ଅନୁଯାୟୀ, କେରଳର ୩ ବର୍ଷର ଏକ ଶିଶୁ ନିକଟରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ନିକଟରେ ଶିଶୁଟି ପରିବାର ସହ ଇଟାଲିରୁ ଫେରିଥିବା ବେଳେ ତାଙ୍କ ନିକଟରେ କରୋନା ଭାଇରସ ଥିବା ଜଣାପଡିଛି। ଏବେ ସଂକ୍ରମିତ ଶିଶୁଙ୍କୁ ଏର୍ନାକୁଲମ ମେଡିକାଲ କଲେଜରେ ଥିବା ଆଇସୋଲେଶନ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୭ରେ ସେ ନିଜ ପରିବାର ସହ ଇଟାଲିରୁ ଫେରିଥିବା ବେଳେ ଏବେ ତାଙ୍କ ମାତାପିତାଙ୍କୁ ଅବଜରଭେଶନରେ ରଖାଯାଇଛି ବୋଲି ଜଣାପଡିଛି।

Share