କରୋନା ଭାଇରସ: ଖାଲି ସମୟରେ କ’ଣ କରୁଛନ୍ତି ଦୀପିକା

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଏବେ କାମରୁ ସାମାନ୍ୟ ବିରତି ପାଇଛନ୍ତି। କରୋନା ଭାଇରସ ପାଇଁ ଏବେ ସମସ୍ତ ଶୁଟିଂ ବନ୍ଦ ଥିବା ବେଳେ ଅଧିକାଂଶ ସେଲିବ୍ରିଟି ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି। ଏହାସହ ସୋସିଆଲ ମିଡିଆରେ ଏମାନେ ତାଙ୍କ ଫ୍ୟାନମାନଙ୍କୁ ନିଜ ସମ୍ପର୍କରେ ଅପଡେଟ୍‌ ମଧ୍ୟ ଦେଉଛନ୍ତି। ଏହି କ୍ରମରେ ବଲିଉଡ୍‌ ନାୟକ ରଣବୀର ସିଂ କହିଛନ୍ତି ଖାଲି ସମୟରେ ଆମେ ପତ୍ନୀ ପତି ଖାଉଛୁ, ଶୋଉଛୁ, ବ୍ୟାୟାମ କରୁଛି ଇତ୍ୟାଦି। ସବୁଠାରୁ ବଡ କଥା ହେଲା ଏହି ସମୟରେ ଦୀପିକା ପିଆନୋ ବଜାଇବା ଅଭ୍ୟାସ କରୁଛନ୍ତି ବୋଲି ରଣବୀର କହିଛନ୍ତି।

ଏହିପୋଷ୍ଟ ସହ ରଣବୀର ଦୀପିକାଙ୍କର ଏକ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହା ପୂର୍ବରୁ ରଣବୀର ନିଜର ଏକ ଫନି ଫଟୋ ମଧ୍ୟ ଶେୟାର କରିଥିବା ଦେଖାଯାଇଥିଲା।

Share