କରୋନା ଭାଇରସ: ତଥ୍ୟ ଲୁଚାଇଲେ ଦେବାକୁ ପଡିବ ଏକ କୋଟି ଟଙ୍କା ଜରିମାନା!

ଦୁବାଇ,୧୦।୩: କରୋନା ଭାଇରସ ସମ୍ପର୍କିତ କୌଣସି ତଥ୍ୟ ଲୁଚାଇଲେ ଜରିମାନା ଦେବାକୁ ପଡିବ ବୋଲି ସୌଦି ଆରବ ସରକାର ଘୋଷଣା କରିଛନ୍ତି। ସୋମବାର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ନିର୍ଦ୍ଦେଶ ଅନୁଯାୟୀ, ଦେଶରେ ପ୍ରବେଶ ସମୟରେ କେହି ଯଦି ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ତଥ୍ୟ ଲୁଚାନ୍ତି ତେବେ ତାଙ୍କୁ ୫ ଲକ୍ଷ ସୌଦି ରିୟାଲ ବା ଭାରତୀୟ ମୁଦ୍ରାରେ ପାଖପାଖି ୧ କୋଟି ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଏବେ କରୋନା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ସାରା ବିଶ୍ୱରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି କରୋନା ଭାଇରସରେ ସଂକ୍ରମିତ ହୋଇ ସାରିଲେଣି। ସେହିପରି ଚାଇନା ସମେତ ସାରା ବିଶ୍ୱରେ ପ୍ରାୟ ୩,୮୦୦ ଜଣଙ୍କ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଲେଣି।

Share