Categories: ଜାତୀୟ

କରୋନା ଭାଇରସ ପାଇଁ ଜାରି ହେଲା ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ ନମ୍ବର

ନୂଆଦିଲ୍ଲୀ,୧୫।୩: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲାଣି ୧୦୮। ଏବେ ସୁଦ୍ଧା ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪ ଜଣ ସୁସ୍ଥ ହୋଇ ସାରିଲେଣି। ଏବେବି ଗାଁ ଗହଳିର ଅଧିକାଂଶ ଲୋକେ ଏହା ବିଷୟରେ ଜାଣି ନ ଥିବା କୁହାଯାଉଛି। କିନ୍ତୁ କରୋନା ଭାଇରସକୁ ଦୂରେଇ ଦେବାକୁ ସରକାରୀ ତଥା ବେସରକାରୀ ସ୍ତରରେ ସମସ୍ତ ଚେଷ୍ଟା ଜାରି ରହିଛି। ସାନିଟାଇଜରରେ ବାରମ୍ବାର ହାତ ଧୋଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି। ଏତିକି ବେଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍ସ) ପକ୍ଷରୁ ରବିବାର ଏକ ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି। 9971876591 ଏହି ନମ୍ବର ମାଧ୍ୟମରେ କରୋନା ଭାଇରସ ସମ୍ପର୍କିତ ଖବର ମିଳି ପାରିବ ବୋଲି କୁହାଯାଉଛି।

Share