କରୋନା ଭାଇରସ ପାଇଁ ରିଲିଫ୍‌ ଫଣ୍ଡକୁ ଗୋଟିଏ ମାସର ଦରମା ଦାନ କଲେ ଦୁଷ୍ୟନ୍ତ

ଚଣ୍ଡିଗଡ଼,୨୩।୩: କରୋନା କବଳରେ ଭାରତ। ବେଳକୁ ବେଳ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦେଖି ଏବେ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲ ତାଙ୍କର ଗୋଟିଏ ମାସର ଦରମା ରିଲିଫ୍‌ ଫଣ୍ଡକୁ ଦାନ କରିବାକୁ ଘୋଷଣା କରିଛନ୍ତି। ଏହାସହ ସେ ତାଙ୍କର ଅନ୍ୟ ସହଯୋଗୀ ଓ ଅଧିକାରୀମାନଙ୍କୁ ଏଥିରେ ଯୋଗ ଦେବାକୁ କହିଛନ୍ତି। ଏହା ପୂର୍ବରୁ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋର ଅଧିକାରୀମାନେ ମଧ୍ୟ ସେମାନଙ୍କର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିବାକୁ ଘୋଷଣା କରିଥିଲେ। ସବୁ ଭାରତୀୟ ଏକାଠି ହୋଇ କୋଭିଡ-୧୯ ସହ ଲଢିବାକୁ ଅଣ୍ଟା ଭିଡିଥିବା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି।

Share