କରୋନା ଭାଇରସ: ପୁଣିଥରେ ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୨୪।୩: କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ଭୟଙ୍କର ରୂପ ନେବାକୁ ଯାଉଛି ବୋଲି ଆଲୋଚନା ହେଉଛି। ସୋମବାର ଦେଶରେ ଏକାଥରେ ୯୯ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଏବେ ଏହା ସମସ୍ତଙ୍କୁ ଭୟଭୀତ କରାଇ ଦେଇଛି। ସୋମବାର ୨ ଜଣଙ୍କ ମୃତ୍ୟୁ ହେବା ସହ ଏବେ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଅତିକ୍ରମ କରି ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରାୟ ୩୦ ରାଜ୍ୟକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ କିଛି ରାଜ୍ୟରେ କର୍ଫ୍ୟୁ ଜାରି କରାଯାଇଛି। ଏହାପରେ ବି ଅଧିକାଂଶ ସ୍ଥାନରେ ଲୋକେ ଖୋଲାଖୋଲି ଭାବେ ବୁଲୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସନ୍ଧ୍ୟା ୮ଟାରେ ଦେଶକୁ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି।