କରୋନା ଭାଇରସ: ବଦଳିପାରେ ସୂର୍ଯ୍ୟବଂଶୀ ଓ ୮୩ର ରିଲିଜ୍‌ ଡେଟ୍‌

ମୁମ୍ବାଇ: କରୋନା ଭାଇରସ ଏବେ ଦେଶର ବିଭିନ୍ନ ସ୍ଥାନରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି। ଏମିତିକି କାହା ସହିତ ହାତ ନ ମିଳାଇବା, କାହାକୁ ଆଲିଙ୍ଗନ ନ କରିବା, ଗୋଟିଏ ସ୍ଥାନରେ ଗହଳି ନ କରିବା ଅବା ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଅଞ୍ଚଳରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦେଖାଯାଉଛି ସେଠାକାର ସମସ୍ତ ଶିକ୍ଷାନୁଷ୍ଠାନ,ଥିଏଟର, ଫିଲ୍ମ ହଲକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ଏବେ ନିକଟରେ ଅର୍ଥାତ ମାର୍ଚ୍ଚ ୨୪ରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ହେବାକୁ ଥିବା ବେଳେ ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ଏପ୍ରିଲ ୧୦ରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ଏବେଠାରୁ କରୋନାର ସ୍ଥିତିକୁ ଦେଖି ଏହି ୨ଟି ଫିଲ୍ମର ରିଲିଜ୍‌ ଡେଟରେ ପରିବର୍ତ୍ତନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି।

Share