କରୋନା ଭାଇରସ: ବ୍ରିଟେନ ହସ୍ପିଟାଲରେ ୪ ଦିନ ପରେ ଆଉ ମିଳିବ ନାହିଁ ସ୍ଥାନ!

ଲଣ୍ଡନ,୨୬।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ ରହିଛି। ଅର୍ଥାତ୍‌ କରୋନା ସଂକ୍ରମଣରେ ଚାଇନାରେ ଯେମିତି ମୃତ ଓ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ଏବେ ଇଟାଲିରେ ତା’ଠାରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ଚାଇନାଠାରୁ ଅଧିକ ମାତ୍ରାରେ ଲୋକଙ୍କର ମୃତ୍ୟୁ ବି ହୋଇଛି। ଏବେ କରୋନା ଇଟାଲି ଛାଡି ବ୍ରିଟେନ ମୁହାଁ ହେଉଛି ବୋଲି କୁହାଯାଉଛି। ଆଉ ଅଳ୍ପଦିନ ପରେ ବ୍ରିଟେନର ଲଣ୍ଡନ ଓ ସ୍ପେନର ମାଦ୍ରିଦ କରୋନାର ନୂଆ ଠିକଣା ହେବ ବୋଲି କୁହାଯାଉଛି। କାରଣ ଏଠାରେ ପ୍ରତି ୨ ଦିନରେ ମୃତକଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଉଛି। ଏହାକୁ ଦେଖି ଏବେ ଅନୁମାନ ଲଗାଯାଉଛି କି ଆଉ ୪ ଦିନ ପରେ ହୁଏତ ବ୍ରିଟେନ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଆଉ ସ୍ଥାନ ନ ଥିବ। ସୂଚନାଯୋଗ୍ୟ, ଏବେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪.୧୫ ଲକ୍ଷ ହୋଇଥିବା ବେଳେ ଇଟାଲିରେ ସର୍ବାଧିକ ୬ ହଜାରରୁ ଉର୍ଦ୍ଧ୍ୱ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।

Share