କରୋନା ଭାଇରସ: ଭାରତ ପାଇଁ ଗୁରୁତ୍ୱପୁର୍ଣ୍ଣ ମେ’ ମାସ

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସର ସଂକ୍ରମଣ ଏପର୍ଯ୍ୟନ୍ତ ଦେଶରେ କମ୍‌ ହୋଇନାହିଁ। ଏପଟେ କିନ୍ତୁ ଆଉ ମାତ୍ର ୩ ଦିନ ପରେ ସରିବ ଲକ୍‌ଡାଉନ ଅବଧି। ଏପଟେ କରୋନାକୁ ହରାଇବାର ମୁଖ୍ୟ ମାଧ୍ୟମ ଲକ୍‌ଡାଉନ୍‌ କୁହାଯାଉଥିବା ବେଳେ ଯଦି ମେ’ ୩ ତାରିଖ ପରେ ଲକ୍‌ଡାଉନକୁ ସମ୍ପୂର୍ଣ୍ଣ ରୂପେ ଖୋଲି ଦିଆଯାଏ ତେବେ ସ୍ଥିତି ଅସମ୍ଭାଳ ହେବ ବୋଲି କହିଛନ୍ତି ଚିକିତ୍ସା ବିଶେଷଜ୍ଞ। କାରଣ ବର୍ତ୍ତମାନ ଦେଶରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ସମୟରେ ଆମେ ସୋସିଆଲ ଡିଷ୍ଟାନସିଂ ଓ ଲକ୍‌ଡାଉନକୁ ଯଦି ଗୁରୁତ୍ୱ ନ ଦେବା ତେବେ ମେ’ ମାସ ମଧ୍ୟରେ ସ୍ଥିତି ଅଣାୟତ ହୋଇଯିବ ବୋଲି ଅନୁମାନ କରାଯାଉଛି। ତେଣୁ ମେ’୩ ପରେ ବିମାନସେବା, ରେଳ ସେବା, ଅନ୍ତରାଷ୍ଟ୍ରୀୟ ବସ୍‌ ସେବା, ଶପିଂ ମଲ, ଧାର୍ମିକ ଅନୁଷ୍ଠାନ ଆଦି ବନ୍ଦ ରଖିବା ଉଚିତ ହେବ ବୋଲି ଚିକିତ୍ସା ବିଶେଷଜ୍ଞ ମତ ଦେଇଛନ୍ତି।

Share