Categories: ଜାତୀୟ

କରୋନା ଭାଇରସ ଭୟରେ ବନ୍ଦ ହେଉଛି ସ୍କୁଲ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀ ନଏଡାର ସେକ୍ଟର ୧୩୫ରେ ଥିବା ଜଣେ ୬ଷ୍ଠ ଶ୍ରେଶୀ ପିଲାଙ୍କ ପରିବାରରେ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଉକ୍ତ ସ୍କୁଲକୁ ମଙ୍ଗଳବାର ବନ୍ଦ କରି ଦିଆଯାଇଥିବା ବେଳେ ଭୟରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲରୁ ଆସି ନେଇ ଯାଇଥିବା ଦେଖାଯାଇଛି। ଏହାସହ ଏହାର ଆଖପାଖ କିଛି ସ୍କୁଲକୁ ବୁଧବାରଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବ ବୋଲି ଜଣାପଡିଛି। ଏହାସହ ଉତ୍ତର ପ୍ରଦେଶର ଗୋଟିଏ ପରିବାରର ୬ ଜଣ କରୋନା ଭାଇରସରେ ସଂକ୍ରମିତ ଥିବା ସନ୍ଦେହ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Share